ଆଜିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା
ଅଜିଠୁ ସୁଭଦ୍ରା ଶକ୍ତି ମେଳା | ଭାଗ ନେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା SHG ଓ ଉତ୍ପାଦକ ଗୋଷ୍ଠୀ। ୩୦୦ରୁ ଅଧିକ ଷ୍ଟଲରେ ବିକ୍ରି ହେବ ବିବିଧ ସାମଗ୍ରୀ। ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଓ ବଜାର ସହ ଯୋଡ଼ିବାକୁ ସରକାରଙ୍କ ଉଦ୍ୟମ ।
ଆଜିଠୁ ଜନତା ମୈଦାନରେ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫ । ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭଳି ଏକ ମେଳା ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ହେବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଏହି ମେଳାରେ ଅଂଶଗ୍ରହଣ କରିବେ । ପ୍ରାୟ ୩୦୦ରୁ ଅଧିକ ଷ୍ଟଲ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ ହେବା ସହିତ ବିକ୍ରି ହେବ ।