୨୦ରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା

ଆସୁଛି ବର୍ଷା । ପୁଣି ଭିଜିବ ଓଡିଶା । ପଶ୍ଚିମାଝଡ ସହ ଟ୍ରପ୍‌ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଫେବୃଆରୀ ୨୦ରୁ ୨୩ ତାରିଖ ଅର୍ଥାତ୍‌ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ବୁଧବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅର୍ଦ୍ଧାଧିକ ଜିଲାରେ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ୩ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖରେ ୭ ଜିଲାକୁ ଅରେଞ୍ଜ ଓ ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ଓ ୨୩ ତାରିଖରେ ମଧ୍ୟ ଉତ୍ତର ଓ ଉପକୂଳରେ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱରକୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରାହ୍ଣ ସମୟରେ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି