ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାଁରେ ବାଜିପାରେ ମୋହର, ସନ୍ଧ୍ୟାରେ ବସିବ ବିଜେପି  ବିଧାୟକ ଦଳର ବୈଠକ

ହଟୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସସପେନ୍ସ । ଆଜି ମୁଖ୍ୟମନ୍ତ୍ରୀ ନାଁରେ ବାଜିପାରେ ମୋହର। ସନ୍ଧ୍ୟାରେ ବିଜେପି  ବିଧାୟକ ଦଳର ବୈଠକ ବସିବ। ଏଥିରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସ୍ଥିର ହେବାର ଖୁବ୍ ସମ୍ଭାବନା ରହିଛି ।  ଶପଥଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଳା ମୈଦାନରେ ହେବ । ଏଥିପାଇଁ ମଞ୍ଚକୁ ପ୍ରସ୍ତୁତ କରାଯାଉଛି । ଜୋର ଶୋରରେ ଚାଲିଛି ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି କାମ। ୨୦ ଫେବୃଆରୀ ଦିନ ଶପଥ ଗ୍ରହଣ ସମାରୋହ ରାମଲିଲା ମୈଦାନରେ ହେବା ସମ୍ଭାବନା ରହିଛି । ୨୭ବର୍ଷ ପରେ ଦେଶର ରାଜଧାନୀରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିଛି। କୁହାଯାଉଛି, ଅପରାହ୍ନ ୩.୩୦ରେ ଭାଜପା ବିଧାୟକ ଦଳର ଏକ ବୈଠକ ହେବ ଏବଂ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା  ଚୟନ କରାଯିବ । ଶପଥଗ୍ରହଣ ସମାରୋହରେ  ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ।  ଏନଡିଏର ସହଯୋଗୀ ଦଳ ନେତା ବି ଏଥିରେ ସାମିଲ ହେବେ ।  ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଶପଥଗ୍ରହଣ ସମାରୋହରେ ସାମିଲ ହେବେ ।