ଆଜି କଂଗ୍ରେସର ପୁରୀ ଅଭିମୁଖେ ବିଶାଳ ପଦଯାତ୍ରା

ଆଜି କଂଗ୍ରେସର ବିଶାଳ ପଦଯାତ୍ରା । ନୂଆ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ପଦଯାତ୍ରା ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ ପହଞ୍ଚି ସାରିଛନ୍ତି କଂଗ୍ରେସ କର୍ମୀ ।ଭକ୍ତ ଦାସ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚୁ ପହଞ୍ଚୁ ପୁରୀ ଅଭିମୁଖେ ଆରମ୍ଭ କରିବେ ସଂକଳ୍ପ ପଦଯାତ୍ରା। ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଆସି ରାଜଧାନୀରେ ପହଞ୍ଚିବାରେ ଲାଗିଛନ୍ତି ।

ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରାଯିବ। ଆଜି ଭୁବନେଶ୍ବରରୁ ପିପିଲି, ବୁଧବାର ପିପିଲିରୁ ଚନ୍ଦନପୁର, ଗୁରୁବାର ଚନ୍ଦନପୁରରୁ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବା ପରେ କଂଗ୍ରେସ ପାଇଁ ସଙ୍କଳ୍ପ କରିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପିପିଲି ଓ ଚନ୍ଦନପୁର କଲ୍ୟାଣ ମଣ୍ଡପରେ ନୂଆ ସଭାପତିଙ୍କ ରାତ୍ରି ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଜଗା ଦର୍ଶନ ପରେ ହିଁ ସେ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ କ Aରିବେ । ତା ପୂର୍ବରୁ ନୂଆ ସଭାପତି କୌଣସି ରାଜନୈତିକ ବକ୍ତବ୍ୟ ଦେବେ ନାହିଁ  । ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସ ନିଜ ପତିଆରାର ପ୍ରଦର୍ଶନ କରିବାକୁ ଯାଉଛି  । ଯୁବ, ଛାତ୍ର ମହିଳା ସେବାଦଳ ସମସ୍ତଙ୍କୁ ଯାତ୍ରାରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ।