ଦିବାରାତ୍ର ଗୁରୁପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ନିରାକରପୁରରେ ଅନୁଷ୍ଠିତ ହୋଇଯାଇଛି

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ପଡିଆଠାରେ ତୃତୀୟବାର୍ଷିକ ଗୁରୁପ୍ରସାଦ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ଏହି ଟୁର୍ଣାମେଣ୍ଟରେ 16 ଟି ଦଳ ଅଂଶଗ୍ରହଣ କରିଥିଲେ | ଶେଷରେ ରସୁଲଗଡ ଓ ଗ୍ରୀନ ଷ୍ଟାର ଭୁବନେଶ୍ବର ମଧ୍ୟରେ ଫାଇନାଲ ମ୍ଯାଚ ହୋଇଥିଲା | ପ୍ରଥମେ ଟସଜିଣି ରସୁଲଗଡଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୬ ଓଭରରେ ସମସ୍ତ ଉଇକେଟ ହରାଇ ୨୬ରନ ସଂଗ୍ରହ କରିଥିଲା |ଏହାର ଜବାବରେ ସୁନ୍ଦରପଦାଦଳ ପ୍ରଥମ ଓଭରରେ ବିନା ଉଇକେଟରେ ଆବଶ୍ୟକ ରନ ସଂଗ୍ରହ କରି ଚଳିତବର୍ଷର ବିଜେତା ହୋଇଥିଲା |

ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ଆଇନଜିବୀ ଶକ୍ତି ଶଙ୍କର ମିଶ୍ର, ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥ,ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ,ଟାଙ୍ଗୀବ୍ଲକ ଉପାଧ୍ୟକ୍ଷ ଦୂରୁ ପ୍ରସାଦ ନାଥଶର୍ମା,ବିଜେପି ମଣ୍ଡଳ ସଭାପତି ଅଜୟ କୁମାର ପାଇକରାୟ, ସଫଳ ବ୍ୟବସାୟୀ ରଜନୀକାନ୍ତ ପରିଡା,ପ୍ରଶାନ୍ତ କୁମାର ସାହୁ,ଲଳିତ କବି ଆର୍ତ୍ରଣ ସାହୁ, ଇଂ ପ୍ରଭାତ କୁମାର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ହୃଷିକେଶ ରାଉତରାୟ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ତରଫରୁ ବିଜେତା ଦଳକୁ ନଗଦ ୧୮ହଜାର ଟଙ୍କା ସହ ଟ୍ରଫି ଓ ରନର୍ସଦଳକୁ ୧୪ହଜାରଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ | ଶ୍ରେଷ୍ଠ ଖେଳାଳୀଭାବେ ସୁନ୍ଦରପଦା ଦଳର ଦେବାଶିଷ ପରିଡାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା |

ସେହିପରି ମୁଖ୍ୟ ଆକର୍ଷଣ ଥିଲା ଡାନ୍ସିଂ ଅମ୍ପାୟାର ଚିକୁଙ୍କ ଷ୍ଟାଇଲିସ ଅମ୍ପାୟାରିଂ ଓ ଖେଳ ଆରମ୍ଭରୁ ଡ୍ୟାନ୍ସ ଧମକାର କାର୍ଯ୍ୟକ୍ରମ ରହିଥିଲା |ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ବଣିକ ସଂଘ କୁ ମାନ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ,ଏହି ଖେଳକୁ ଅନିଲ କୁମାର ସେନାପତି, ଅଜୟ କୁମାର ବାରିକ, ଡ୍ୟାନ୍ସ ଅମ୍ପାୟାର ଚିକୁ ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ମାନସ ରଂଜନ ପଟ୍ଟନାୟକ, ଦେବାଶିଷ ରାଉତରାୟ, ଆର୍ତ୍ତତ୍ରାଣ ରାଉତରାୟ, ଦିବାକର ରାଉତରାୟ, ରାଜେଶ କୁମାର ସାହୁଙ୍କ, ଜୀବନରଶ୍ମି ମହାପାତ୍ର, କୁନା ସାମନ୍ତରାୟ,ସମେତ କ୍ଳବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ |