ବଜାରକୁ ପ୍ରବେଶ କଲା ହୋଣ୍ଡା ର ନୂଆ ବାଇକ୍ ହୋଣ୍ଡା ଏନଏକ୍ସ ୨୦୦
ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ଏହାର ନୂତନ ବାଇକ୍ ହୋଣ୍ଡା ଏନଏକ୍ସ ୨୦୦ ଲଞ୍ଚ କରିଛି। ଏହି ବାଇକ୍ରେ ଅନେକ ନୂତନ ବୈଶିଷ୍ଟ୍ୟ ସହିତ, ଏହାର ଇଞ୍ଜିନ୍କୁ ମଧ୍ୟ ଅପଡେଟ୍ କରାଯାଇଛି। କେବଳ ଏତିକି ନୁହେଁ, ବାଇକ୍ର ଡିଜାଇନ୍ ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ମଧ୍ୟ ରହିଛି । ଏହି ବାଇକ୍ କେବଳ କମ୍ପାନୀର ପ୍ରିମିୟମ୍ ଡିଲରସିପ୍ଗୁଡ଼ିକରେ ଉପଲବ୍ଧ ହେବ। ନୂତନ ଏନଏକ୍ସ ୨୦୦ ର ମୂଲ୍ୟ ୧.୬୮ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)।
ସୁରକ୍ଷା ପାଇଁ, ଏହି ବାଇକ୍ରେ ଉନ୍ନତ ଏବଂ ପ୍ରଭାବଶାଳୀ ବ୍ରେକିଂ ପ୍ରଦାନ କରିବା ପାଇଁ ଡିସ୍କ ବ୍ରେକ୍ ସହିତ ଡୁଆଲ୍-ଚ୍ୟାନେଲ୍ ଏବିଏସ ଦିଆଯାଇଛି। ହୋଣ୍ଡାର ପ୍ରିମିୟମ୍ ଡିଲରସିପ୍ଗୁଡ଼ିକରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି।