ଆଜି ବିଧାନସଭାର ବଜେଟ୍ ଅଧିବେଶନ, ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି

ଆଜି ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଏକାଧିକ ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।