୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାର ଭୂମିକା ରହିବ
ବିଧାନସଭାର ବଜେଟ୍ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ଅଧିବେଶନ। ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ପ୍ରଥମ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିକାଶର କଥା ବଖାଣିଛନ୍ତି। କହିଛନ୍ତି ମାତ୍ର ୮ମାସରେ ମୋ ସରକାର ମାଇଲଖୁଣ୍ଟ ସୃଷ୍ଟି କରିଛି। ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାମ କରୁଛି ମୋ ସରକାର। ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳ ମନ୍ତ୍ର ବୋଲି ରାଜ୍ୟପାଳ କହିଛନ୍ତି। ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା। ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାର ଭୂମିକା ରହିବ। ହୃଦୟରେ ଆଶା ଓ ଭବିଷ୍ୟତ ପାଇଁ ଦୃଷ୍ଟିଭଙ୍ଗୀ ରଖି ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ପରିବର୍ତ୍ତନକୁ ବାଛିଛନ୍ତି। ଅସମ୍ଭବ ଲାଗୁଥିବା ପରିବର୍ତ୍ତନକୁ ଅପେକ୍ଷା କରି କ୍ଳାନ୍ତ ହୋଇପଡିଥିବା ଜନସାଧାରଣ, ମୋ ସରକାରଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କଲେ, ଯିଏ ସେମାନଙ୍କ କଥା ଶୁଣିବ, ବୁଝିବ ଏବଂ କାର୍ୟ୍ୟ କରିବ। ସେମାନଙ୍କ ମତଦାନ କେବଳ ଏକ ରାଜନୈତିକ ନିଷ୍ପତି ନଥିଲା ବରଂ ଏହା ଏକ ଆସ୍ଥାର ପରିପ୍ରକାଶ ଥିଲା। ଏକ ଉଜ୍ଜ୍ଵଳ ଦିଗନ୍ତକୁ ଆଖିରେ ରଖି, ପରିବର୍ତନର ଆଶା ଓ ଭରସା ନେଇ ସେମାନେ ମୋ ସରକାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲେ। ଯିଏ ଗରିବଙ୍କ ଆଶା, ଯୁବକ ମାନଙ୍କ ଆକାଂକ୍ଷା, କୃଷକଙ୍କ ସ୍ବପ୍ନ ଏବଂ ମହିଳାଙ୍କ ଲକ୍ଷକୁ ସାକାର କରି ଏକ ଅତୁଳନୀୟ ସମୃଦ୍ଧିର ନୂତନ ଯୁଗ ଆରମ୍ଭ କରିବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି।