ବିଜୟୱାଡାରୁ ଧରାପଡିଲା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋର
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ କମିଶନରେଟ ପୋଲିସକୁ ସପଳତା । ୧୯ ଦିନ ପରେ ଧରାପଡିଲା ଚୋର। ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଛି ନୟାପଲ୍ଲୀ ପୋଲିସ । ତାକୁ ଏବେ ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଛି । ଆଜି ତାକୁ କୋର୍ଟରେ ହାଜର କରାଯିବ।ଘଟଣା ପରଠୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଚୋରକୁ ଚିହ୍ନଟ କରିଥିଲା।
ଗତ ୨୫ ତାରିଖରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନଙ୍କ ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଥିଲା । ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ନଗଦ ଟଙ୍କା ନେଇ ଯାଇଥିଲା ଲୁଟେରା । ଏହାପରେ ଚୋରକୁ ଧରିବାକୁ ଆରମ୍ଭ ହୋଇଥିଲା ଧରପଗଡ଼ । ଚୋରକୁ ଧରିବାକୁ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍ ଆନ୍ଧ୍ରରେ ଡେରା ପକାଇଥିଲା । ଆଜି ଅପରାହ୍ନରେ ପୁରା ଘଟଣାର ଖୁଲାସା କରିବ ପୋଲିସ ।