ଚାଷୀଙ୍କ ପାଇଁ ଆସିଛି ଏକ ଖରାପ ଖବର ,ଆଉ ମିଳିବନି ଏହି ସୁବିଧା

bad-news-came-again-about-pm-kisan-yojana

ମେଟ୍ରୋ ଓଡିଶା (୭ .୪.୨୦୨୨) :

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ କେନ୍ଦ୍ର ସରକାର ଏବେ ବିଶେଷ ଧ୍ୟାନ ଦେଉଛନ୍ତି । ଏହି କାରଣ ଯୋଗୁଁ ସରକାରଙ୍କ ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ଅନେକ ଯୋଜନାର ଲାଭ ଯୋଗାଇଦିଆଯାଉଛ, ଯେଉଁଥିରେ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା ମଧ୍ୟ ରହିଛି । ଦେଶର ଚାଷୀମାନେ ଏବେ ପିଏମ କିଷାନ ଯୋଜନାର ଆଗାମୀ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି ।


କିନ୍ତୁ ଏହାରି ମଧ୍ୟରେ ଚାଷୀଙ୍କ ପାଇଁ ଏକ ଆସିଛି ଏକ ଖରାପ ଖବର । ପିଏମ କିଷାନ ସମ୍ମାନ ନିଧି ଯୋଜନା ସହ ଜଡ଼ିତ ଏକ ସୁବିଧାକୁ ବନ୍ଦ କରିଛନ୍ତି ସରକାର । ଏଭଳି ପରିସ୍ଥିତିରେ ୧୧ତମ କିସ୍ତି ଆକାଉଣ୍ଟକୁ ଆସିବ କି ନାହିଁ, ସେନେଇ ଚାଷୀଙ୍କ ମନରେ ସନ୍ଦେହ ରହିଛି ।ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା ଚାଷୀଙ୍କ ପାଇଁ ଇ-କେୟାଇସି କରିବା ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଏହା ସହ ଏବେ ଘର ବସି ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଇ-କେୟାଇସି କରିବାର ସୁବିଧାକୁ ସରକାର ବନ୍ଦ କରିଛନ୍ତି ।ତେବେ କେନ୍ଦ୍ର ସରକାର ଏହା ପୂର୍ବରୁ ଇ-କେୟାଇସି କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୨ କୁ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଚାଷୀଙ୍କ ଦାବି ଉପରେ ଏହି ତାରିଖ ବୃଦ୍ଧି କରାଯାଇଛି । ନୂଆ ବ୍ୟବସ୍ଥା ଅନୁସାରେ ସରକାର ବର୍ତ୍ତମାନ ଏହି ତାରିଖକୁ ୩୧ ମେ ୨୦୨୨ କୁ ବୃଦ୍ଧି କରିଛନ୍ତି ।