ଏପ୍ରିଲ ୧୦ରୁ ଗଡିବ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ

ଏପ୍ରିଲ ୧୦ରୁ ଗଡିବ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ

ମେଟ୍ରୋଟିଭିଓଡିଶା(୬.୪.୨୦୨୨)

ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ସେବା । ପ୍ରତିଦିନ ସକାଳ ୬ଟାରୁ ସମ୍ବଲପୁରରୁ ବାହାରି ଅପରାହ୍ନ ୧୨.୦ରେ ପୁରୀରେ ପହଞ୍ଚିବ ୧୮୩୦୩ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ । ତେବେ ଫେରିବା ମାର୍ଗରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀଠାରୁ ଅପରାହ୍ନ ୩ଟା ୪୫ରେ ବାହାରି ରାତି ୧୦.୨୦ରେ ସମ୍ବଲପୁରରେ ପହଞ୍ଚିବାର ସୂଚୀ ତିଆରି କରାଯାଇଛି ।

ସମ୍ବଲପୁର ଏବଂ ପୁରୀ ମଧ୍ୟରେ ଜୁଜୋମୁରା, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୁଳ, ତାଳଚେର ରୋଡ, ମେରାମାଣ୍ଡଳୀ, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ଦେଇ ପୁରୀରେ ପହଞ୍ଚିବ ଟ୍ରେନ । ତେବେ ଏହାର ଗଠନରେ ଦୁଇଟି ଏସି କାର, ପାଞ୍ଚଟି ଲେଖାଏଁ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଓ ସାଧାରଣ ଦ୍ୱିତୀୟ ଶ୍ରେଣୀ ସହିତ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ରହିଛି ।