ଫେବୃଆରୀ ୯ରେ କମ୍ପିବ ବାରବାଟୀ,ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି

ଫେବୃଆରୀ ୯ରେ କମ୍ପିବ ବାରବାଟୀ । ସୁପର ସଣ୍ଡେରେ ହେବ ସୁପର ଫାଇଟ । ମୁହାଁମହିଁ ହେବ ଇଣ୍ଡିଆ-ଇଂଲଣ୍ଡ । ରବିବାର ଖେଳାଯିବାକୁ ଥିବା ଏହି ମହାମୁକାବିଲା ପାଇଁ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସୱତନ୍ତ୍ର ବିମାନ ଯୋଗେ ଇଣ୍ଡିଆ-ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି ।

ସେପଟେ ବିମାନ ବନ୍ଦରରେ ଟିମ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ ଭିଡ ଜମିଥିଲା । ଅନ୍ୟପଟେ ଆଜି ଭୁବନେଶ୍ୱରରେ ଉଭୟ ଦେଶର ଖେଳାଳି ପହଞ୍ଚିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କ ଯାଞ୍ଚ କରାଯାଇଛି । ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ସେହିପରି ମ୍ୟାଚ ସମୟରେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ମଧ୍ୟ ନେଇ ଦର୍ଶକ ଯାଇପାରିବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।