ପୁଣି ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ
ପୁଣି ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ । କୁମ୍ଭମେଳା କ୍ଷେତ୍ରର ସେକ୍ଟର-୧୮ ଟେଣ୍ଟରେ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପ୍ରୟାଗରାଜ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ କେମିତି ଲାଗିଛି, ତାହା ଏଯାଏଁ ଜଣାପଡିନାହିଁ । ଅଗ୍ନିକାଣ୍ଡ ଫଳରେ ବହୁ କଟେଜ୍ ଜଳିପୋଡି ପାଉଁଶ ହୋଇଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ମେଳା ଅଞ୍ଚଳର ସେକ୍ଟର-୫ସ୍ଥିତ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା । ୬ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା ।