ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ କମିସନଙ୍କ ନିକଟରେ ୧୨,୫୬, ୧୪୮ କୋଟିର ଦାବି କରାଯାଇଛି। ସେହିପରି ରାଜସ୍ବ ନିଅଣ୍ଟକୁ ୯.୪୮ ଲକ୍ଷ କୋଟି କରିବାକୁ ଦାବି ହୋଇଛି। ସ୍ପେିସିଫିକ୍ ଫଣ୍ଡ୍ ବାବଦରେ ୧,୧୦ ଲକ୍ଷ କୋଟିର ଦାବି ଉପସ୍ଥାପନ କରାଯାଇଛି।ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅନୁଦାନ ପାଇଁ ୧.୩୬ ଲକ୍ଷ କୋଟିର ଦାବି ଅର୍ଥ କମିସନଙ୍କ ନିକଟରେ କରାଯାଇଛି। ସେହିପରି ଏସଡିଆରଏଫ ବାବଦକୁ ୩୧ ହଜାର କୋଟି ଦାବି ଉପସ୍ଥାପନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏସଡିଏମଏଫ ବାବଦକୁ ୨୯ ହଜାର ୨୫୨ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି।