ମାଙ୍କଡା ପଥର ଚୋରାଚାଲାଣ ବେଳେ ପୋଲିସର ଚଢ଼ାଉ
ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୈ।ଜାରେ ଦିନକୁ ଦିନ ବେଧଡକ ଭାବରେ ଚାଲିଛି ମାଙ୍କଡା ପଥର ଚୋରାଚାଲାଣ।ମାଫିଆମାନେ ଜଂଗଲ ଜମି ଓ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ କରୁଛନ୍ତି।ମାଫିଆମାନେ ଦିନରାତି ନୂଆ ଜଗନ୍ନାଥ ସଡକ ଦେଇ ଅନାୟସରେ ଚୋରାଚାଲାଣ କରୁଛନ୍ତି।ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ରାଜ୍ୟ ସରକାର କଡାକଡି ଆଇନ କରିଥିବା ବେଳେ ମାଫିଆମାନେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କୁ ମାସିକିଆ ଵଟି ଦେଇ ଚୋରାଚାଲାଣ କରୁଛନ୍ତି।ହରିପୁର -ନିରାକାରପୁର ରାସ୍ତାଦେଇ ନୂଆ ଜଗନ୍ନାଥ ସଡକକୁ ଆସୁଥିବା ଦୁଇଟି ମାଙ୍କଡା ପଥର ବୋଝେଇ ଗାଡି ଆସୁଥିବା ସୂଚନା ପାଇ ନିରାକାରପୁର ପୋଲିସ ଚଢ଼ାଉ କରି ୨ଟି ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରିଥିବା ବେଳେ ୨ଡ୍ରାଇଭର ଗହିର ବିଲରେ ଦୈ।ଡି ଫେରାର ହୋଇଛନ୍ତି।ପୋଲିସ ଗାଡି ଦୁଇଟି ଜବତ କରି ଥାନାରେ ଅଟକ ରଖି ଥାନାରେ ଦୁଇଟି ମାମଲା ରୁଜୁ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।