ସରଗରମ ହେଲାଣି ଦିଲ୍ଲୀ ରାଜନୀତି , ଦିଲ୍ଲୀର ବିକାଶ ଆମର ଫୋକସ୍ – ମୋଦୀ
ସରଗରମ ହେଲାଣି ଦିଲ୍ଲୀ ରାଜନୀତି । ନିର୍ବାଚନ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି । ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଚାହିଁ ବସିଥିବା ଆପ୍ ରାସ୍ତାରେ କଣ୍ଟା ସାଜିଛନ୍ତି ମୋଦି । କାରଣ ନିଜ ନିର୍ବାଚନ ପ୍ରଚାର ସମୟରେ କେଜ୍ରିୱାଲ କହିଥିଲେ, ମୋଦି ସରକାର ଆସିଲେ ସବୁ ବସ୍ତି ଭାଙ୍ଗିଦେଲେ, ଲୋକଙ୍କୁ ହଇରାଣ କରିବେ । ମାଗଣା ଗାଡ଼ିଠୁ ଆରମ୍ଭ କରି ବିଜୁଳି, ପାଣି ସବୁ ବନ୍ଦ କରିଦେବେ । ଦିଲ୍ଲୀବାସୀଙ୍କ ଉପରେ ବୋଝ ବଢିଯିବ । ଏମିତି କହି ଟାର୍ଗେଟ୍ କରିଥିଲେ କେଜ୍ରିୱାଲ । ହେଲେ ଏହାର କଡ଼ା ଜବାବ ରଖିଛନ୍ତି ମୋଦି । କହିଛନ୍ତି, ଆମେ ପ୍ରତିଶ୍ରୁତି ଦେଉଛୁ ନିର୍ବାଚନ ଜିତିବା ପରେ ବି ଆମେ ଗୋଟିଏ ହେଲେ ଘର ଭାଙ୍ଗିବୁ ନାହିଁ । ଦିଲ୍ଲୀର ବିକାଶ ଆମର ଫୋକସ୍ ।