ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କଲେ ଜୟଶଙ୍କର

ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ଆତିଥେୟତାକୁ ନେଇ ଯୋଗ ଦେଇଥିବା ପ୍ରବାସୀ ପଜିଟିଭ ଫିଡବ୍ୟାକ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୁରୁତ୍ୱ ଦିଆଯିବ ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି।