ରାଜ୍ୟରେ ମହିଳାଙ୍କ ପାଇଁ ହେବ ସ୍ବତନ୍ତ୍ର ଇଣ୍ଡଷ୍ଟ୍ରିଆଲ ପାର୍କ : ମୋହନ ମାଝି
ଚାଲିଛି ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫ । ତେବେ ଆଜି ଦ୍ବିତୀୟ ଦିନ ମହିଳା ନିବେଶକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିବେ ରାଜ୍ୟ ସରକାର। ଏଥିସହ ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ । ମହିଳା ନିବେଶକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିରେ ରୁଚି ଫୁଡ୍ ଲାଇନ, ମିଲକ୍ ମନ୍ତ୍ର, ଲୁମିନସ ପାୱାର, ଜିଭାଦା ଭେଞ୍ଚରସ, ଇନଡଲଜ ପ୍ରାଇଭେଟ୍ ଲିମିଟେଡ ଭଳି ଓଡ଼ିଶାର କମ୍ପାନୀର ମୁଖ୍ୟ ଯୋଗ ଦେଇଥିଲେ । ସଫଳ ମହିଳା ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରଥିଲେ ।