ଘନ କୁହୁଡ଼ି ପାଇଁ ୫୦ ମିଟର ତଳକୁ ହେଉନି ଦୃଶ୍ୟମାନ

କମୁଛି ଶୀତ, ବଢୁଛି କୁହୁଡ଼ି । ଆଜି ପାଇଁ ୧୨ ଜିଲ୍ଲାକୁ ଏବଂ ଆସନ୍ତାକାଲି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘନ କୁହୁଡ଼ି ପାଇଁ ୫୦ ମିଟର ତଳକୁ ଖସିଆସିଛି ଦୃଶ୍ୟମାନ କ୍ଷମତା । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ । ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗୁ ରହୁଛି। ଦୁଇ ଦିନ ପରେ ବଢ଼ିବ ରାତି ତାପମାତ୍ରା । ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମାଝଡ଼ ଅପସାରଣ ପରେ ବଙ୍ଗୋପସାଗର ପଟୁ ରାଜ୍ୟ ଭିତରକୁ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ଘଟିଛି । ଫଳରେ ଅନେକ ସ୍ଥାନରେ ଶୀତ ବଢିଛି । ଶୀତ ସାଙ୍ଗକୁ କୁହୁଡ଼ି ହେଉଛି । ଆସନ୍ତା ୨ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଦେଖାଯିବ।