ଆଜି ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭମେଳାର ସଙ୍ଗମ ସ୍ଥଳରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ଅନେକ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ ଜଣଙ୍କ ମୃତୁଦେହ ଏପର୍ଯ୍ୟନ୍ତ ମିଳିଥିବା ଅନୁମାନ କରାଯାଉଛି, କିନ୍ତୁ ଆହୁରି ମୃତ୍ୟୁ ଆଶଙ୍କା କରାଯାଉଛି |ଅନେକ ଭକ୍ତ ଆହତ ହୋଇଛନ୍ତି। ମେଳା କର୍ତ୍ତୃପକ୍ଷଙ୍କ ଓଏସଡି ଆକାଂକ୍ଷା ରାଣା କୌଣସି ମୃତ୍ୟୁର ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାଁନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଦୁଇ ଡଜନରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ମେଳାରେ ବହୁତ ଭିଡ଼ ଜମିଛି। ୧୦ କୋଟିରୁ ଅଧିକ ଭକ୍ତଙ୍କ ଆଗମନର ଆଶା କରାଯାଉଛି। ରୋଗୀଙ୍କୁ ଡାକ୍ତରଖାନା ଆଣିବାରେ ଆମ୍ବୁଲାନ୍ସ ଗାଡ଼ିଗୁଡ଼ିକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସମସ୍ତ ରାସ୍ତାରେ ଭିଡ଼ ଦୃଶ୍ୟମାନ ହେଉଛି।
ସୂଚନାନୁଯାଇ ସ୍ନାନଘାଟ ନିକଟରେ ଭିଡ଼ ମଧ୍ୟରେ କିଛି ମହିଳା ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହି ଗୁଜବ ପ୍ରଚାର ହେବା ପରେ, ଲୋକମାନେ ପରସ୍ପରକୁ ଚାପି ଦୌଡ଼ି ଦୌଡ଼ିବାକୁ ଲାଗିଲେ। ସୂଚନା ପାଇବା ପରେ, ଦୁଇ ଡଜନରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ମହାକୁମ୍ଭର କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post