‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭର ଉଦ୍‌ଘାଟନ କରିବେ ମୋଦି

ଜନତା ମଇଦାନରେ ଜମିବ ବଡ ବଡ ଶିଳ୍ପପତିଙ୍କ ଆସର । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ 11 ଟାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭର ହେବ ଶୁଭ ଉଦଘାଟନ । ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ 15ଟି ସ୍ଵତନ୍ତ୍ର ଅଧିବେଶନ ।ଆଜି 5ଟି ଓ ଆସନ୍ତାକାଲି 10ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ରହିଛି । ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ ।

ଶିଳ୍ପପତି ଏସ୍ ଏଲ ମିତଲ, ଓମ ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ, କରଣ ଆଦାନୀ, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି ।