ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୁଲିସ, ଓଆଇଏସଫ, ଆମର୍ଡ ପୁଲିସ, କମିଶନରେଟ ଟ୍ରାଫିକ ପୁଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ପରେଡରେ ଅଂଶଗ୍ରହଣ କରିଛନ୍ତି। ମହର୍ଷି ଡେୟାର ଡେଭିଲସ ଦୁଃସାହସିକ ବାଇକ୍ ଲ୍ନେିଜର ଜଲୱା ଦେଖାଇଛନ୍ତି । ଏହାସହ ଓଡିଶା ସେକ୍ଟିଂ ଏକାଡେମୀର ଛାତ୍ରଛାତ୍ରୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ନାଚ ସହ ଆରିୟନ ରୋୟାଲ ସ୍କେଟିଂ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ଦ୍ବାରା ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ସହିତ ପ୍ରଜ୍ଞାପନ ମେଢ଼ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲେ।