ଦକ୍ଷିଣ ବସ୍ତର ଜଂଗଲ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର

୧୮ ମାଓବାଦୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଙ୍ଗଠନ । ଟପ୍ ମାଓନେତା ଦାମୋଦରଙ୍କ ସମେତ ୧୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଦକ୍ଷିଣ ବସ୍ତର ଜଂଗଲ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହି ଏନକାଉଣ୍ଟରରେ ୧୮ ସାଥି ମୃତ୍ୟୁ ବରଣ କରିଥିବା ନେଇ ଏକ ପ୍ରେସ ବିବୃତି ଜାରି କରି ସ୍ପଷ୍ଟ କରିଛି ଦକ୍ଷିଣ ବସ୍ତର ଡିଭିଜନ । ବିଶେଷ କରି ଏସିଏମ୍ କ୍ୟାଡର୍‌ର ଟପ୍ ମାଓ ନେତା ବଡେ ଚୋଖା ରାଓ ଓରଫ ଦାମୋଦର ଏହି ଏନକାଉଣ୍ଟରରେ ପ୍ରାଣ ହରାଇ ଥିବା ପ୍ରେସ ଇସ୍ତହାରରେ ଉଲ୍ଲେଖ ରହିଛି। ଗତ ୧୬ ତାରିଖ ସୁକୁମା ବିଜାପୁର ସୀମାବର୍ତ୍ତୀ କାଂକେରଲଙ୍କା ଜଂଗଲରେ ଏନକାଉଣ୍ଟର ଘଟି ୧୨ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ଯବାନ।