ଚିଲିକାରେ କମିଲା ପକ୍ଷୀଙ୍କ ସଂଖ୍ୟା

ଚିଲିକାରେ କମିଲା ପକ୍ଷୀଙ୍କ ସଂଖ୍ୟା ।  ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଆନୁକୂଲ୍ୟରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ପକ୍ଷୀ ଗଣନା ହୋଇଛି । ରିପୋର୍ଟ ଅନୁସାରେ ସମଗ୍ର ଚିଲିକାରେ ୧୯୬ ପ୍ରଜାତିର  ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀଙ୍କ ସମାଗମ ହୋଇଥିଲା ବେଳେ କେବଳ ପକ୍ଷୀ ଅଭୟାରଣ୍ୟ ନଳବଣରେ ୯୨ ପ୍ରଜାତିର ୩  ଲକ୍ଷ ୪୩ ହଜାର ୨୨୬ ଟି ପକ୍ଷୀଙ୍କ ସମାଗମ ହୋଇଛି । ଗତ ବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୩୭ହଜାର ୭୫୯ଟି ପକ୍ଷୀ ମାନଙ୍କ ସମାଗମ ହୋଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବାଣରେ ୩ଲକ୍ଷ ୪୭ହଜାର ୨୮୦ଟି ପକ୍ଷୀଙ୍କ ସମାଗମ ହୋଇଥିଲା । ଗତବର୍ଷ ଠାରୁ ଚଳିତ ବର୍ଷ ୧୦ ହଜାର ୫୩୧  ପକ୍ଷୀଙ୍କ ସଂଖ୍ୟା କମ ହୋଇଛି । ପକ୍ଷୀ ଗଣନା ଅନୁସାରେ ସମଗ୍ର ଚିଲିକାରେ , ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ଗଡ଼ୱାଲ  ୨ଲକ୍ଷ ୧ହଜାର ୯୨୬ ଜଣ ଅଛନ୍ତି ।