୧୮ରୁ ଭିତରକନିକାରେ ପକ୍ଷୀ ଗଣନା
ରାଜନଗର ବନଖଣ୍ଡର ରାଜନଗର,କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ । ଆସନ୍ତାକାଲି ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବା ପରେ ୧୮ ତାରିଖ ଦିନ ପକ୍ଷୀ ଗଣନା କରାଯିବ । ଗତବର୍ଷ ୧୨୧ ପ୍ରଜାତିର ୧ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।