ଉଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି  ବିଶ୍ୱ ବୌଦ୍ଧ ସମ୍ମିଳନୀ

ଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି  ବିଶ୍ୱ ବୌଦ୍ଧ ସମ୍ମିଳନୀ । ୧୭ଟି ଦେଶର  ପ୍ରାୟ ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ କରିଛନ୍ତି  ।  ଏହି ବିଶ୍ବ ସମ୍ମଳନୀର ଲକ୍ଷ୍ୟ ହେଉଛି ଦେଶରେ ଶାନ୍ତି ଏତିହ୍ୟ ବଜାୟ ରଖିବା , ସମସ୍ତଙ୍କୁ ଗୋଟିଏ ପ୍ରେମ ସ୍ନେହ ରେ ବାନ୍ଧି ରଖି ଆଗକୁ ନେବା , ଯାଜପୁର ଅଞ୍ଚଳରୁ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ମିଳନ ସମାଗମ ଘଟିଥିବା ଦେଖିବାକୁ ମିଳିଛି ,  ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ନେଇ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଏବଂ ମନ୍ତ୍ରପାଠ  ଆରମ୍ଭ ହୋଇଛି ,  ।

ଏହି ସମାରୋହରେ ୧୭ଟି ଦେଶର ପ୍ରାୟ ୧,୫୦୦ ବୌଦ୍ଧ ଧର୍ମାବଲମ୍ବୀ ଏବଂ ସନ୍ନ୍ୟାସୀ ଭାଗ ନେଇଛନ୍ତି । ଓଡ଼ିଶାରେ ବୌଦ୍ଧ ସମ୍ପଦ ଏବଂ ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି ।  ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୌଦ୍ଧ ସମ୍ମିଳନୀରେ, ପ୍ରଥମଥର ପାଇଁ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭାବଙ୍କ ନାମରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଛି । ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ କମିଟି ଏହାର ଆୟୋଜକ ରହିଛନ୍ତି ।  ଗୁରୁ ପଦ୍ମସମ୍ଭାବଙ୍କ ଦେହାନ୍ତ ଉଦୟଗିରିରେ ହୋଇଥିଲା ବୋଲି ବୌଦ୍ଧ ଧର୍ମାବଲମ୍ବୀ  ମାନେ ବିଶ୍ବାସ କରନ୍ତି । ତେଣୁ ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ହେଉଛି ଶାନ୍ତି, ସ୍ନେହ ଏବଂ ମାନବିକତା