ନୋଟିସ ଦେଇ ବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ

ନୋଟିସ ଦେଇ ବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ସରେଇପାଲି ଥାନା ପୋଲିସ ।  ଗତକାଲି ରାତିରେ ବିଶାଲଙ୍କ ସମେତ ୧୪ଜଣଙ୍କୁ ଅଟକ ରଖିବା ପରେ ଆଜି ମାମଲା ରୁଜୁ ହୋଇଥିଲା ।  କିରିମିରା ବ୍ଲକର କିଛି ପଞ୍ଚାୟତ ସମିତି ଥାନରେ ଅଟକ ରହିବାରୁ ସ୍ଥଗିତ ରହିଛି କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଏହି ଅଟକକୁ ବେଆଇନ ବୋଲି କହିଛନ୍ତି ବିଶାଲ ।  ଭାଇଙ୍କ ସୁରକ୍ଷାର ଗ୍ୟାରେଣ୍ଟି ନେଇ ପ୍ରଶ୍ନ କରିଛନ୍ତି ଭଉଣୀ ଦୀପାଲି ଦାସ ।  ଅଟକଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଓଡ଼ିଶା ସୀମାରେ ପହଞ୍ଚାଇବାକୁ ଛତିଶଗଡ଼ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉଦବେଗ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।