ଓଡ଼ିଶା ଭାରତୀୟ ଖୋ ଖୋ ଦଳ ପାଇଁ ୧୫ କୋଟି ଟଙ୍କା ପ୍ରାୟୋଜକ

ସ୍ବଦେଶୀ କ୍ରୀଡ଼ାକୁ ପ୍ରୋତ୍ସାହିତ ଦେବା ଲାଗି ଭାରତୀୟ ଜାତୀୟ ଖୋ ଖୋ ଟିମ୍‌ ପାଇଁ ଓଡ଼ିଶା ୩ ବର୍ଷ ସକାଶେ ପ୍ରାୟୋଜକ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି, ଏ ନେଇ ରାଜ୍ୟ ସରକାର ବାର୍ଷିକ ୫ କୋଟି ଟଙ୍କା ନିବେଶ କରିବେ। ଜାନୁଆରୀ ୨୦୨୫ରୁ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ଓଡ଼ିଶା ମାଇନିଂ କର୍ପୋରେଶନ ଏଥିପାଇଁ ପାଣ୍ଠି ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭାରତୀୟ ହକିର ସଫଳ ପ୍ରାୟୋଜନ କରିଥିବା ଓଡ଼ିଶା ଖୋ ଖୋ ଦଳ ପାଇଁ ୧୫ କୋଟି ଟଙ୍କା ଦେଇ ଏହାର ପ୍ରଚାର ଓ ପ୍ରସାର ଦିଗରେ ପଦକ୍ଷେପ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।