୩ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମ୍ପତି
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତି ଶପଥ ନେବେ। ୩ ତାରିଖରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି। ଗୁରୁବାର ସେ ଓଡ଼ିଶାରେ ପହଞ୍ଚତ୍ବେ। ରାଜଭବନରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ। ମିଜୋରାମର ପୂର୍ବତନ ରାଜ୍ୟପାଳ କମ୍ଭମ୍ପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। କମ୍ଭମ୍ପତି ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।