ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।  ଅଦିନିଆ ବର୍ଷା ସମଗ୍ର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଚାଷୀ ମାନଙ୍କ ଧାନ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଧାନ ଗଜା ହୋଇ ବିଲରେ ହିଁ ନଷ୍ଟ ହୋଇଯାଇଛି |କ୍ଷୟକ୍ଷତି ସଂକ୍ରାନ୍ତରେ ଆସନ୍ତା ୩0 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ଓ ଏନେଇ ସମୀକ୍ଷା କରାଯିବ।  ଚାଷୀଙ୍କ ଏଭଳି ଦୁର୍ଦ୍ଦିନରେ ସରକାର ଚଟାଣ ଭଳି ତାଙ୍କ ସହିତ ଠିଆ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ ।