ବର୍ଷ ଶେଷରେ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ଼

ଚିଲିକା ନଳବଣର ପକ୍ଷୀ ହେଉ କି ବିରଳ ଡଲଫିନ୍ । ପର୍ୟ୍ୟଟକଙ୍କୁ ନିଜ ଆଡକୁ ଟାଣିବାର ସବୁ ଆକର୍ଷଣୀୟ ଉପାଦାନକୁ ନିଜ ଭିତରେ ସାଇତି ରଖିଛି ଚିଲିକା । ଖାଲି ସୌନ୍ଦର୍ୟ୍ୟ ନୁହେଁ ଏଠି ମା’ କାଳିଜାଇଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ । ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଏହି ଚିଲିକା ପର୍ୟ୍ୟଟକ ଙ୍କ ପ୍ରିୟ ସ୍ଥାନ ରହି ଆସିଛି । ନଳବଣ ପକ୍ଷୀ ପାଇଁ ପ୍ରସିଦ୍ଧ ଥିବା ବେଳେ ରାଜଂହସ, ଇକୋ ରିଟ୍ରଟ  ଏବଂ ସାତାପଡା ଚିଲିକାରେ ଇରାଓାଡି ଡଲଫିନ ପାଇଁ ମନ ଟାଣୁଛି । ମା’ କାଳିଜାଈଙ୍କ ଦର୍ଶନ ସରିଲା ପରେ ଚିଲିକାରେ ବିଦେଶାଗତ ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ ଭକ୍ତ ଙ୍କ ମନରେ ଆଉ ଏକ ଖୁସି ଦେଇଥାଏ । ସୌନ୍ଦର୍ଯ୍ୟ ସହିତ ଚିଲିକା ବକ୍ଷ ପକ୍ଷୀଙ୍କ କଳରବ ଗୁଂଜରିତ ହୋଇଥାଏ । ପର୍ଯ୍ୟଟକଙ୍କ ମନରେ ଶୀତ ଋତୁରେ ସ୍ଥାନୀୟ ପକ୍ଷୀ ମାନଙ୍କ ସହିତ ବିଦେଶାଗତ ପକ୍ଷୀଙ୍କ କଳରବ ଧ୍ୱନି ଅଲଗା ଏକ ରୋମଂଚ ଭରିଥାଏ ।

ଶୀତ ଋତୁ ଆସିଲେ ଏହି ଚିଲିକାରେ ଦେଶ ବିଦେଶରୁ ପର୍ଯ୍ୟଟକ ମାନଙ୍କ ଭିଡ ବଢି ବଢି ଚାଲିଥାଏ  ପ୍ରକୃତିର ଏହି ଅନନ୍ୟ ଅବଦାନକୁ ଥରେ ଆସି ମନ ଭରି ଉପୋଭୋଗ କରି ପୁଣି ..ଫରିଆଯାଇଥାନ୍ତି ପର୍ଯ୍ୟଟକ ମାନେ । ଆଉ ସାଥୀରେ କିଛି ସେଲଫି ନେଇ ଚିଲିକା ସ୍ମୃତିକୁ ଜୀବନ୍ତ କରିଥାନ୍ତି ।