କୁଏତରେ ପ୍ରଧାନମନ୍ତ୍ରୀ , ଦ୍ବିପାକ୍ଷିକ ବୈଠକରେ ହେବେ ସାମିଲ
ଦୁଇଦିନିଆ କୁଏତ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୪୩ ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିଛନ୍ତି ମୋଦି। ଗତକାଲି କୁଏତ୍ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀଙ୍କୁ ରେଡ୍ କାର୍ପେଟରେ ପାଛୋଟି ନେଇଥିଲେ କୁଏତ ପ୍ରିନ୍ସ ଶେଖ ମେଶାଲ । ଆଜି କୁଏତ୍ର ବାୟନ୍ ପ୍ୟାଲେସରେ ମୋଦୀଙ୍କୁ ଗାର୍ଡ ଅଫ୍ ଅନରରେ ସମ୍ମାନିତ କରାଯିବ ।
ଏହାପରେ ସେ ଅମିର ସେଖ୍ ଓ କ୍ରାଉନ୍ ପ୍ରିନ୍ସଙ୍କ ସହ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ କାରବାର ଉପରେ ଏହି ବୈଠକରେ ଆଲୋଚନା ହୋଇପାରେ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ହାଇଡ୍ରୋକାର୍ବନ୍ ଏବଂ ବ୍ୟବସାୟିକ ସମ୍ପର୍କ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।