ଜିଏସଟି ପରିଷଦର ୫୫ତମ ବୈଠକ: ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା
ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା । ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । ରାଜସ୍ଥାନର ଜୟସେଲମେରରେ ଜିଏସଟି ପରିଷଦର ୫୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଉପସ୍ଥିତ ଥିଲେ ।
ଜିଏସଟି କାଉନସିଲର ଏହି ବୈଠକକୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଥିଲା କାରଣ ଏଥିରେ ସରକାର ବରିଷ୍ଠ ନାଗରିକଙ୍କ ଟର୍ମ ଲାଇଫ ଇନସ୍ୟୁରାନ୍ସ, ସ୍ୱାସ୍ଥ୍ୟ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଜିଏସଟି ହାରରେ ରିହାତି ଦେବା ପ୍ରସଙ୍ଗରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବାର ଥିଲା । କିନ୍ତୁ ଜିଏସଟି କାଉନସିଲର ଏହି ବୈଠକରେ ଏହି ପ୍ରସଙ୍ଗକୁ ବର୍ତ୍ତମାନ ପାଇଁ ଏଡାଇ ଦିଆଯାଇଛି ।