ଜର୍ମାନୀର ମାଗ୍‌ଡେବର୍ଗରେ ଖ୍ରୀଷ୍ଟମାସ ବଜାର ଉପରେ ହିଟ୍ ଆଣ୍ଡ ରନ୍ ,2 ମୃତ ୭୦ରୁ ଅଧିକ ଆହତ

ଖ୍ରୀଷ୍ଟମାସ ବଜାରରେ ଲୋକଙ୍କ ଭିଡ ଥିଲା । କାର ଆସି ଲୋକଙ୍କ ଉପରେ ଚଢ଼ିଗଲା ।  ଜର୍ମାନୀର ମାଗ୍‌ଡେବର୍ଗରେ ହିଟ୍ ଆଣ୍ଡ ରନ୍ ,2 ମୃତ ୭୦ରୁ ଅଧିକ ଆହତ । ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣାକୁ ଗଭୀର ଶୋକ ପ୍ରକାଶ ପାଇଛି  । ଖ୍ରୀଷ୍ଟମାସ୍‌ ବଜାରରେ ବଡ଼ ଅଘଟଣ । ଦ୍ରୁତଗତିରେ କାର୍‌ ଆସି ଖ୍ରୀଷ୍ଟମାସ ବଜାରରେ ଥିବା ଭିଡ଼ ଉପରେ ଚଢିଗଲା ।

ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ସାଉଦୀର ଜଣେ ୫୦ ବର୍ଷୀୟ ଡାକ୍ତରଙ୍କୁ ଗିରଫ କରିଛି ଜର୍ମାନୀ ପୋଲିସ । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

ଅଭିଯୁକ୍ତ ଡାକ୍ତର କୋଡିଏ ବର୍ଷ  ଧରି ଜର୍ମାନୀରେ ରହି ଆସୁଥିବାବେଳେ ଆତଙ୍କ ଖେଳାଇବା ପାଇଁ ଏଭଳି ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଖ୍ରୀଷ୍ଟମାସ ପାଇଁ ଏକ ଅସ୍ଥାୟୀ ବଜାର ଲାଗିଥିଲା । ସେହି ବଜାରରେ ଗାଡ଼ି ଚଳାଚଳ ଉପରେ କଟକଣା ଥିବାବେଳେ ଡାକ୍ତର ଜଣକ ଦ୍ରୁତ ଗତିରେ ନିଜ କାରକୁ ଭିଡ଼ ଉପରେ ଚଢ଼ାଇଦେଇଥିଲେ ।

ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ତେବେ ଅଭିଯୁକ୍ତ ଡାକ୍ତରଙ୍କ କାରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ଜର୍ମାନୀ ପୋଲିସ ।