ବିଷାକ୍ତ ଗ୍ୟାସ ଯୋଗୁ ଶ୍ବାସରୁଦ୍ଧ ହୋଇ ଜର୍ଜିଆରେ ୧୧ ଭାରତୀୟ ମୃତ

ୟୁରୋପୀୟ ଦେଶ ଜର୍ଜିଆରେ ୧୧ ଭାରତୀୟଙ୍କ ମୃତ୍ୟୁ। ଜର୍ଜିଆର ରାଜଧାନୀ ତିବଲିସରେ ଭାରତୀୟ ରାଷ୍ଟ୍ରଦୂତ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ବିଷାକ୍ତ ଗ୍ୟାସ ଯୋଗୁ ଶ୍ବାସରୁଦ୍ଧ ହୋଇ ସମସ୍ତ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଜର୍ଜିଆ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାରେ ଥିବା ବେଡରୁମ ନିକଟରେ ଏକ ପାୱାର ଜେନେରେଟର ରଖାଯାଇଥିଲା। ଯାହାକୁ ବିଦ୍ୟୁତ୍ କାଟ୍ ପରେ ଅନ୍ କରାଯାଇଥିଲା   ।ଜେନେରେଟରରୁ ବାହାରୁଥିବା କାର୍ବନ ମନୋକ୍ସାଇଡ୍ ବନ୍ଦ କୋଠରୀରେ ଜମା ହୋଇଯାଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ୧୧ ଭାରତୀୟଙ୍କର ଅଣନିଶ୍ବାସୀ ଯୋଗୁ ମୃତ୍ୟୁ ହୋଇଛି। ତେବେ ଭାରତୀୟ ହାଇକମିସନ୍ ସମସ୍ତ ମୃତକଙ୍କୁ ଭାରତୀୟ ନାଗରିକ ବୋଲି ଘୋଷଣା କରିଛି ।ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ସମସ୍ତ ମୃତକ ରେଷ୍ଟୁରାଣ୍ଟ କର୍ମଚାରୀ ଥିଲେ । ଜର୍ଜିଆ ପୁଲିସ ଧାରା ୧୧୬ ଅନୁୟାୟୀ ଅବହେଳା ଯୋଗୁ ହତ୍ୟା ମାମଲା ରୁଜୁ କରିଛି । ଘଟଣାସ୍ଥଳରେ ଏକ ବିଶେଷଜ୍ଞ ଦଳ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଫରେନସିକ୍ ଯାଞ୍ଚ କରାଯାଉଛି ।  ପ୍ରାଥମିକ ତଦନ୍ତରେ ମୃତ ଭାରତୀୟଙ୍କ ଶରୀରରେ କୌଣସି କ୍ଷତ କିମ୍ବା ହିଂସାର ଚିହ୍ନ ନାହିଁ। ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ (ସିଓ) ଦ୍ବାରା ସମସ୍ତ ଭାରତୀୟଙ୍କ ମୃତ୍ୟୁ ଘଟିଛି।

ଜର୍ଜିଆ ଭାରତୀୟ ଦୂତାବାସ ପକ୍ଷରୁ ଘଟଣା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ୧୨ ମୃତବ୍ୟକ୍ତି ଭାରତୀୟ ବୋଲି ଦାବି କରାଯାଇଛି । ରେସ୍ତୋରାଁଟି ଜଣେ ଭାରତୀୟଙ୍କ ଦ୍ବାରା ପରିଚାଳିତ। ମୃତ ବ୍ୟକ୍ତିମାନେ ସେହି ରେସ୍ତୋରାଁର କର୍ମଚାରୀ ଥିଲେ । ସେମାନଙ୍କ ମୃତଦେହକୁ ରେସ୍ତୋରାଁର ଦ୍ବିତୀୟ ମହଲାରେ ଥିବା ସେମାନଙ୍କ ଶୟନ କକ୍ଷରୁ ଉଦ୍ଧାର କରାଯାଇଛି ।