ଜେଏସଡ଼ବ୍ଳୁକୁ ଭୂଷଣ ସମ୍ପତ୍ତି : ଇଡ଼ିକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ
ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ବିଏସ୍ପିଏଲ୍)ର ୪୦୨୫ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ଭୂଷଣ ଷ୍ଟିଲ୍ ଆଣ୍ଡ୍ ପାୱାର ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଆସିଥିବା ଋଣ ଠକେଇ ମାମଲାର ତଦନ୍ତ ବେଳେ ଇଡି ଏହି ସମ୍ପତ୍ତିଗୁଡ଼ିକୁ ଜବତ କରିଥିଲା। ଜଷ୍ଟିସ୍ ବେଲା ତ୍ରିବେଦୀ ମାମଲାର ଶୁଣାଣି କରି ଜେଏସ୍ଡବ୍ଲୁ ଷ୍ଟିଲ୍କୁ ସମ୍ପତ୍ତି ହସ୍ତାନ୍ତର କରିବାକୁ ଇଡିକୁ କହିଛନ୍ତି।
୨୦୧୯ରେ ମନି ଲଣ୍ଡରିଂ ନିରୋଧୀ ନିୟମ ଅଧୀନରେ ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ସମ୍ପତ୍ତି ଜବତ କରାଯାଇଥିଲା। ଏହି କମ୍ପାନିକୁ ଜେଏସ୍ଡବ୍ଲୁ ଷ୍ଟିଲ୍ କିଣିବାର ଚାରି ବର୍ଷ ପରେ ସମ୍ପତ୍ତିଗୁଡ଼ିକୁ ଫେରାଇବା ଲାଗି ଇଡି ନିଷ୍ପତ୍ତି ନେଇଛି। ୨୦୨୦ରେ ଏହି ମାମଲାରେ ନ୍ୟାସନାଲ୍ କମ୍ପାନି ଲ’ ଆପିଲିଟ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଏଟି) ରାୟ ଦେଇଥିଲେ ଯେ ଏକ କମ୍ପାନିର ପୁରୁଣା ପ୍ରତିଷ୍ଠାତାଙ୍କ ଅପକର୍ମ ଲାଗି ତାହାକୁ ଇନ୍ସଲ୍ଭେନ୍ସି ପ୍ରକ୍ରିୟାରେ ହାସଲ କରିଥିବା ସଂସ୍ଥାକୁ ଦାୟୀ କରାଯାଇପାରିବନାହିଁ। ଏନ୍ସିଏଲ୍ଏଟିର ସେହି ରାୟ ଉପରେ ରୋକ ଲଗାଇବା ଲାଗି ୨୦୨୦ରେ ସୁପ୍ରିମକୋର୍ଟରେ ଇଡି ଆବେଦନ କରିଥିଲା।