ଆଜିଠୁ ତିନିଦିନିଆ ତିନି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ତିନିଦିନିଆ ତିନି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଲକାନଗିରି,କୋରାପୁଟ ଓ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ମାଲକାନଗିରିରେ କୃଷକ ମେଳା ଓ ପଲିଶ୍ରି ମେଳାର କରିବେ ଉଦ୍ଘାଟନ। ତାହା ସହ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମ ଭାଗ ନେବେ।  କୋରାପୁଟରେ ଅନୁଷ୍ଠିତ ହେବାକୁ ଥିବା ଆଦିବାସୀଙ୍କ ପର୍ବରେ ଭାଗ ନେବା ସହ ରହିଛି ଅନେକ ଗୁରୁତ୍ତ୍ୱପୂର୍ଣ କାମ। ସମ୍ବଲପୁରରେ ବି ଅନେକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ଓ ଜିଲ୍ଲାର ବିକାଶ ନେଇ ଗସ୍ତ ସମୟରେ କରିବେ ସମୀକ୍ଷା।