ସୋନୁ ଗାଇଲେ ଗୀତ ମଞ୍ଚ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ପୁଣି ଥରେ ଚର୍ଚ୍ଚାକୁ ଆସି ଯାଇଛନ୍ତି କଣ୍ଠଶିଳ୍ପୀ ସୋନୁ ନିଗମ। ସେ ଏକ ଭିଡିଓ ସେୟାର୍‌ କରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କୁ ଏକ ନିବେଦନ କରିଛନ୍ତି। ସେ ତାଙ୍କର ଏହି ଭିଡିଓ ଜରିଆରେ ନିଜର କ୍ରୋଧ ଜାହିର କରିଛନ୍ତି। ସୋନୁ ନିଗମ ଏକ କାର୍ଯ୍ୟକ୍ରମରେ ଗୀତ ପ୍ରଦର୍ଶନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମଞ୍ଚ ଛାଡ଼ି ଚାଲି ଯାଇଥିବାରୁ ନିଜର କ୍ରେଧ ଜାହିର କରିଛନ୍ତି କଣ୍ଠଶିଳ୍ପୀ।

ସେ ଏକ ଭିଡିଓ ଜାରି କରି କହିଛନ୍ତି, ‘‘ନମସ୍କାର। ମୁଁ ରାଜସ୍ଥାନର ଏକ କନସ୍‌ର୍ଟରୁ ଫେରୁଛି। ବହୁତ ଭଲ କାର୍ଯ୍ୟକ୍ରମ ଥିଲା। କୋଣଅନ‌ୁକୋଣରୁ ନେତାମାନେ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜସ୍ଥାନର ମାନ ବଢ଼ାଇଛନ୍ତି। ସେଠାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସାହେବ ଓ ଖେଳ ମନ୍ତ୍ରୀ ବି ଉପସ୍ଥିତ ଥିଲେ। ସେମାନେ ଗୁଁ ଗୀତ ଗାଉଥିବା ବେଳେ ମଞ୍ଚ ଛାଡ଼ି ପଳାଇ ଗଲେ। ତାଙ୍କ ପଛେ ପଛେ ଅନ୍ୟ ନେତାମାନେ ବି ପଳାଇଲେ। ଆମେରିକ‌ାରେ ତ କେହି କଳାକାରଙ୍କ ପ୍ରତି ଏପରି ଅସମ୍ମାନ କରାଯାଏନି। ରାଷ୍ଟ୍ରପତି ଯଦି ଅଧାରୁ ଉଠିକି ଯାଆନ୍ତି ତ କହିକି କିମ୍ବା ଇଶାରା କରି ଯାଆନ୍ତି। ଆମେ ନିଜେ ଯଦି ନିଜ କଳାକାରଙ୍କୁ ସମ୍ମାନ ଦେବାନି ତ ବାହା‌ରେ କିଏ କାହିଁକି ଦବ? କେଉଁ ବି କଳାକାର ପ୍ରଦର୍ଶନ କରିବା ବେଳେ ମଞ୍ଚ ଛ‌ାଡ଼ି ଅଧାରୁ ଚାଲିଯିବା ଅର୍ଥ ସରସ୍ବତୀଙ୍କୁ ଅପମାନିତ କରିବା। ମୋର ଗୋଟାଏ ନିବେଦନ ଯେ ଯଦି ରହିବାର ନାହିଁ ତ ଅସନ୍ତୁନି। ନ‌ଚେତ ସୋ’ ଆରମ୍ଭ ହେବା ଆଗରୁ ଚାଲିଯାଆନ୍ତୁ।’’