ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟସଭାରେ ରେସରେ ତାଙ୍କ ନାଁ ନେଇ ସମ୍ବାଦିକଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ରଜ୍ୟସଭା କିଏ ଯିବ ସେନେଇ ପାର୍ଟି ପାର୍ଲିଆମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ। ପାର୍ଲିଆମେଣ୍ଟାରୀ ବୋର୍ଡ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେବ। ମୁଁ ରାଜ୍ୟ ସଭା ରେସ୍ରେ ନାହିଁ। ଆସନ୍ତା ୨୦ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ହେବ ରାଜ୍ୟ ସଭା ଉପନିର୍ବାଚନ। ସାଂସଦ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ତେବେ ଓଡ଼ିଶାରୁ ରାଜ୍ୟ ସଭାକୁ କିଏ ଯିବ, ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହି ସବୁ ଭିତରେ ସୁଜିତ୍ କୁମାରଙ୍କୁ ବିଜେପି ରାଜ୍ୟସଭାଙ୍କୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟରେ ରେସରେ ଥିବା ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମନମୋହନ। ସେ ରାଜ୍ୟସଭାରେ ରେସ୍ରେ ନାହାନ୍ତି ବୋଲି ଆଜି ଗଣମାଧ୍ୟମରେ କହିଛନ୍ତି।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ