ଭିଜିଲାନ୍ସ ଜାଲରେ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍ ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ସମ୍ବଲପୁର, ବରଗଡର ୯ଟି ସ୍ଥାନରେ ଚଢଉ ହୋଇଛି ।  ସରକାରୀ ବାସଭବନ , ଅଫିସ ଓ ସମ୍ବଲପୁର ଅଇଁଠାପାଲି ଘରେ ଚାଲିଛି ରେଡ୍  । ସମ୍ବଲପୁର ଡିୟର ପାର୍କ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର, ସମ୍ବଲପୁରସ୍ଥିତ ଅଫିସ, ସମ୍ବଲପୁର ଅଇଁଠାପଲ୍ଲୀଠାରେ ତିନି ମହଲା କୋଠା ଓ ବରଗଡର ପୈତୃକ ଘରେ ରେଡ୍ ଚାଲିଛି ।