ଅନୁପମା ଛାଡ଼ିଲେ ଅନୁଜ କପାଡ଼ିଆ ଭୂମିକା ନିଭାଉଥିବା ଗୌରବ ଖାନ୍ନା
‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ଧାରାବାହିକ ‘ଅନୁପମା’କୁ ଗୋଟାଏ ପରେ ଗୋଟାଏ କଳାକାର ବିଦାୟ ଦେବାରେ ଲାଗିଛନ୍ତି। ଏବେ ସୋ’କୁ ବିଦାୟ ଦେଇଛନ୍ତି ଅନୁଜ କପାଡ଼ିଆ ଭୂମିକା ନିଭାଉଥିବା ଗୌରବ ଖାନ୍ନା। ତେବେ ମୁଖ୍ୟ ନାୟିକା ରୁପାଲୀ ଗାଙ୍ଗୁଲୀଙ୍କ କାରଣରୁ ଜଣେ ପରେ ଜଣେ ଧାରାବାହିକ ଛାଡ଼ି ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ବନରାଜ ଶାହା ଭୂମିକା ନିଭାଉଥିବା ସୁଧାଂଶୁ ପାଣ୍ଡେ, ପାରସ କଲ୍ନାୱତ ଓ ନିଧି ଶାହା ବି ସୋ’ ଛାଡ଼ି ସାରିଛନ୍ତି।
ହେଲେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗୌରବ ଖାନ୍ନାଙ୍କ ସୋ’ ଛାଡ଼ିବା କଥା ନତଜେ ନିର୍ମାତା ଜଣାଇଛନ୍ତି। ତେବେ ଏଥିରେ ରୁପାଲୀଙ୍କ କୌଣସି ହାତ ନାହିଁ ବୋଲି ନିଜେ ଗୌରବ ସ୍ପଷ୍ଟ କରିଛନ୍ତି।
ଏହି ସୋ’ର ଆରମ୍ଭ ଲକ୍ଡାଉନ୍ ସମୟରେ ହୋଇଥିଲା ଏବଂ ଗତ ୫ ବର୍ଷ ମଧ୍ୟରେ ଏହା ଘରେ ଘରେ ପ୍ରିୟ ପାଲଟି ଯାଇଛି। ଲୋକେ କେବଳ ଏହି ସୋ’ ସହିତ ଯୋଡ଼ି ହୋଇନାହାନ୍ତି ବରଂ ଏହି ସୋ’ର ସମସ୍ତ କଳାକାର ଦର୍ଶକଙ୍କ ମନ ଭିତରେ ଘର କରି ସାରିଛନ୍ତି। ମାତ୍ର ଦୁଃଖର କଥା ହେଉଛ କିଛି ଦିନ ଅନ୍ତରରେ କେହି ନା କେହି କଳାକାର ସୋ’କୁ ବାୟ ବାୟ କରି ଦେଉଛନ୍ତି।