ଆମର ରଙ୍ଗ କେବେହେଲେ ବଦଳି ନାହିଁ । କିନ୍ତୁ ରଙ୍ଗ ବଦଳାଇବାରେ ଓସ୍ତାଦ ହେଉଛି ବିଜେଡି । ରଙ୍ଗ ବଦଳାଇ ବିଜେଡି ୧୯୯୮ରେ ଆମ ସହ ମେଂଟ କରିଥିଲା । ନିଜ ଆବଶ୍ୟକତା ପୁର୍ତି ହୋଇଯିବା ପରେ ଏବଂ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଜେଡି ୨୦୦୯ରେ ପୁଣି ଥରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲା ଏବଂ କଂଗ୍ରେସ ସହ ସାଲିସ କରି ସଂପର୍କ ସ୍ଥାପନା କରିଥିଲା । ବର୍ତମାନ ବି କଂଗ୍ରେସ ସହ ନିବିଡ ସଂପର୍କ ରହିଛି । ବିଧାନସଭା ଭିତରେ ଓ ବାହାରେ ସାଲିସ ଜାରୀ ରଖିଛି ଏବଂ ଦୁଇ ଦଳର ଭାଷା ମଧ୍ୟ ସମାନ ରହିଛି ବୋଲି ବରିଷ୍ଠ ନେତା ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ପୁଜାରୀ କହିଛନ୍ତି ଯେ, ଚାପରେ ପଡି ବରିଷ୍ଠ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ଇଚ୍ଛା ବିରୁଦ୍ଧରେ ଅନେକ କଥା କହିଥାନ୍ତି । ଆଜି ମଧ୍ୟ ଶ୍ରୀ ଆଚାର୍ଯ୍ୟ ମୁହଁରୁ ମିଛ କୁହାଇବାର ପ୍ରୟାସ କରିଛି ବିଜେଡି । ୨୦୧୬ ପୂର୍ବରୁ ଖଣିଜ ସଂପଦର ସମସ୍ତ ଲାଭ କେନ୍ଦ୍ର ନେଉଥିଲା । ଖଣିବହୁଳ ରାଜ୍ୟମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୋଦି ସରକାର ୨୦୧୬ ରେ ଏମଏମଡିଆର ଆଇନରେ ସଂଶୋଧନ ଆଣି ପ୍ରଧାନମନ୍ତ୍ରୀ ଖଣିଜ ପଦାର୍ଥ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେଓ୍ôାଇ) ପ୍ରଚଳନ କଲେ । ଏହା ଦ୍ୱାରା ଖଣି ସଂପତି ଲାଭାଂଶର ସର୍ବନିମ୍ନ ୨ ପ୍ରତିଶତ ସ୍ଥାନୀୟ ଅଂଚଳର ବିକାଶ ପାଇଁ ପାଂଠି ଗଠନ ହେଲା । ପରବର୍ତୀ ସମୟରେ କଂପାନୀ ଆଇନରେ ସଂଶୋଧନ ଆଣି ସିଏସଆର ପାଂଠି ଜରିଆରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣ ଟଙ୍କା କେନ୍ଦ୍ରରୁ ଆସିଛି । ଓଡିଶା ସର୍ବାଧିକ ଲାଭାନ୍ୱିତ ହେଲା । ଏହି ଆଇନ ବଳରେ ବିଜେଡି ସରକାରରେ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ଆସିଛି । ବିଜେଡି ଲାଭାନ୍ୱିତ ହେଲା, କିନ୍ତୁ ଓଡିଶାବାସୀ ଲାଭାନ୍ୱିତ ହେଲେ ନାହିଁ । ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ନକରି ମୁଳତଃ ଠିକାଦାରମାନଙ୍କୁ ପୋଷିବା ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ପୁଜାରୀ ଅଭିଯୋଗ କରିଛନ୍ତି ।
ବିଜେଡି ଶାସନରେ ଓଡିଶାର ଏସଏଚଜି ମହିଳାମାନଙ୍କୁ ସୁଧଯୁକ୍ତ ଋଣ ଦିଆଯାଉଥିଲା । ମୋହନ ମାଝୀ ନେତୃତ୍ୱ ବିଜେପି ସରକାରରେ ସୁଭଦ୍ରା ଯୋଜନାରେ ସିଧାସଳଖ ବାର୍ଷିକ ୧୦ ହଜାର ଟଙ୍କା ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ପ୍ରଦାନ କରାଗଲା । ସେହିପରି ସୋହେଲା ଠାରେ ଧାନ କ୍ୱିଂଟାଲ ପିଛ ୧୦୦ ଟଙ୍କାର ବୋନସ ଘୋଷଣା କେବଳ ପ୍ରତିଶୃତିରେ ରହିଗଲା । ନବୀନ ବାବୁଙ୍କ କାର୍ଯ୍ୟକାଳ ସରିଗଲା, କିନ୍ତୁ ଓଡିଶାର ଚାଷୀକୁଳକୁ ଟଙ୍କାଟାଏ ମିଳିଲା ନାହିଁ । ମୋହନ ମାଝୀ ନେତୃତ୍ୱ ବିଜେପି ସରକାର ଏମଏସପି ଉପରେ ୮୦୦ ଟଙ୍କା ଇନପୁଟ ସବସିଡି (ସ୍ୱତନ୍ତ୍ର ସହାୟତା ରାଶି) ଦେଲେ । ଆଖି କାନ ବନ୍ଦ କରିଦେଲେ କିଛି ଦିଶିବ ନାହିଁ କି କିଛି ଶୁଭିବ ନାହିଁ । ଶାସନରୁ ବିଦା ହେବା ପରେ ବିଜେଡି ନିଜ ଆଖି ଓ କାନ ବନ୍ଦ କରିଦେଇଛି । ତେଣୁ ବିକାଶ ଦେଖାଯାଉନାହିଁ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।
ଓଡିଶାର ଜନସଂଖ୍ୟା ହେଉଛି ଦେଶ ଜନସଂଖ୍ୟାର ୪ ପ୍ରତିଶତ । ତେଣୁ ଅତୀତରେ ସମୁଦାୟ କେନ୍ଦ୍ର ବଜେଟର ୪ ପ୍ରତିଶତ ଅର୍ଥ ଦାବୀ କରାଯାଉଥିଲା । ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ସରକାରର ଦାବୀଠାରୁ ଅଧିକ ଅର୍ଥ କେନ୍ଦ୍ରରୁ ମୋଦି ସରକାର ଦେଇଛନ୍ତି । କିନ୍ତୁ ନିଜ ପୈତୃକ ସଂପତି ଭଳି ଖର୍ଚ୍ଚ କରିଥିଲା ବିଜେଡି ସରକାର । ଓଡିଶାବାସିଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ତତ୍କାଳୀନ ବିଜେଡି ସରକାର ଦଳୀୟ ଓ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।
ଗଣତନ୍ତ୍ରର ପରିଭାଷା ଶିଖିବା ନବୀନ ବାବୁଙ୍କଠାରୁ ଶତୃର ମଧ୍ୟ ସେ ଦୁର୍ଭାଗ୍ୟ ନମିଳୁ । ଗଣତନ୍ତ୍ରକୁ ରକ୍ତାକ୍ତ କରିଥିବା ବିଜେଡି ମୁହଁରେ ଗଣତନ୍ତ୍ରର ପରିଭାଷା ଶୋଭା ପାଉନାହିଁ । ବିଜେଡିର କଥା ଓ କାର୍ଯ୍ୟ ଭିତରେ ସବୁବେଳେ ଅସାମଞ୍ଜ୍ୟସ ରହିଆସିଛି । ସୁସ୍ଥ ଗଣତନ୍ତ୍ରର ପରିଭାଷା ପ୍ରଥମେ ନିଜେ ଶିଖି ବିଜେଡି ପାଳନ କରିବା ଆବଶ୍ୟକ ରହିଛି ବୋଲି ଶ୍ରୀ ପୁଜାରୀ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Next Post