ହାର୍ଡକୋର ମହିଳା ମାଓବାଦୀ ମାଧବୀ ଗିରଫ
ଓଡ଼ିଶାରେ ଧରା ପଡ଼ିଲେ ଛତିଶଗଡ ମହିଳା ମାଓବାଦୀ। ଆନ୍ତି ମାଡବି ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ପୁଲିସ। ଏମଭି ୭୯ ଥାନା କୁର୍ତ୍ତୀ ଜଙ୍ଗଲରୁ ଗିରଫ କରାଯାଇଛି। ମାଓନେତା ଉଦୟଙ୍କ ପ୍ରୋଟେକ୍ସନ ଟିମ୍ ସଦସ୍ୟା ଥିଲେ ଲାକେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ୧୧ଟି ଏନକାଉଣ୍ଟର ଘଟଣାରେ ଲକେଙ୍କ ସଂପୃକ୍ତି ଥିବା ପୁଲିସ ପାଖରେ ଅଭିଯୋଗ ରହିଛି। ମାଲକାନଗିରି ତୁଳସି ଓ ଦୁଲଦୁଲି ଅନକାଉଣ୍ଟରରେ ସାମିଲ ଥିଲେ ଲକେ।