ମୋଦୀଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଛି ଭୁବନେଶ୍ବର

ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କଲେ । ଅଭିଭାଷଣ ଆରମ୍ଭ କରିବା ସମୟରେ ଦିଲ୍ଲୀରେ ଓଡିଶା ପର୍ବ କଥା ବଖାଣିଲେ । ଏହାସହ ଲିଙ୍ଗରାଜଙ୍କ ଭୂମିକୁ ଆସିଥିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କଲେ। ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ମୋତେ ଅଭିଭୂତ କରିଛି । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ଦେଖୁଛି ବୋଲି କହିଛନ୍ତି ପିଏମ୍ । ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ । ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ,  ଡିସେମ୍ବର 4 ରେ ହେବାକୁ ଥିବା ନୌସନା ଦିବସ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ରେ ହେବାକୁ ଯାଉଛି । ଜାନୁଆରୀ 8 ରୁ 10 ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଦ୍ୱାରା ଓଡିଶାର ଭରପୁର ପ୍ରଚାର, ପ୍ରସାର ହେବ । ପର୍ଯ୍ୟଟନର ସମ୍ଭାବନା ବଢିବ । ଖାଲି ଦେଶ ନୁହେଁ ବିଶ୍ୱ କହିବ ଓଡିଶା ଗାଥା । ଏନେଇ ସବୁ ପ୍ରସ୍ତୁତି ଚାଲିଛି । ଓଡିଶା ସ୍ୱଚ୍ଛ ହେଉ, ସୁନ୍ଦର ହେଉ । ଏହାର ସଂସ୍କୃତିର ପ୍ରଚାର ପ୍ରସାର ହେଉ । ସମସ୍ତେ ମିଶି ଓଡିଶାର ଗୌରବ କଥା କହିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।