ଡିଜିପି ସମ୍ମିଳନୀରେ ଯୋଗଦେବେ ମୋଦୀ ଓ ସାହା
ଆସନ୍ତକାଲିଠୁ ଭୁବନେଶ୍ବରରେ ତିନି ଦିନିଆ ଡିଜିପି ସମ୍ମିଳନୀ । ଡିଜିପି ସମ୍ମିଳନୀ ପ୍ରସ୍ତୁତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ କନଭେନସନ୍ ସେଣ୍ଟର ଏବଂ ରାଜ୍ୟ ଅତିଥି ଭବନରେ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ସାମିଲ ହେବେ ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ।ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଓ ଭବ୍ୟ ଆୟୋଜନ କରାଯାଉଛି । PMଙ୍କ ଗସ୍ତ ପାଇଁ ରାଜଧାନୀ ଏବେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ । ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅପରାହ୍ନ ୪.୧୫ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରେ ମୋଦିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ ପିଏମ୍ ।