କାଲି ଓଡ଼ିଶା ଆସିବେ ମାଦି
ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବି ଓଡ଼ିଶା ଆସୁଛନ୍ତି। ତେଣୁ ଡିଜିପି ଓ ଆଇଜି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର।
ଆସନ୍ତାକାଲି ଅପରାହ୍ନ ୪ଟା ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ତା’ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରି କଡ଼ା ଯାଞ୍ଚ କରୁଛନ୍ତି ପୁଲିସ ଓ ବିଏସଏଫ । ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାହାରକୁ ଯାଉଥିବା ସମସ୍ତ ଗାଡ଼ିର ତନଖି କରାଯାଉଛି । ପିଏମଙ୍କ ଗସ୍ତ ପାଇଁ ରାତିସାରା ଭୁବନେଶ୍ବରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ କଡ଼ା ଚେକିଂ କରାଯାଇଛି ।