କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ
ଶେଷରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ସୁଜାତା କାର୍ତିକେୟନ । ରାଜନୀତିକ କାରଣରୁ ସରକାର ବଦଳିବା ପରେ ଝିଅର ପାଠପଢ଼ା କହି ଛୁଟିରେ ରହିଥିଲେ । ତେବେ ପୁଣି ଛଅ ମାସ ଛୁଟି ନମିଳିବାରୁ ଏବେ କାର୍ଯ୍ୟରେ ଯୋଗଦେଇଛନ୍ତି ।
୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ କିଛି ଦିନ ହେଲା ରାଜନୀତି ଜୋର ଧରିଥିଲା । ଏବେ ସେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି।
ସୁଜାତାଙ୍କୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା ଚାଲି ଥିବାବେଳେ ତାଙ୍କୁ ମଙ୍ଗଳବାର ବଡ଼ ଝଟ୍କା ଲାଗିଥିଲା। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ଥିବା ବେଳେ ସେ ଆଉ ସେ ୬ ମାସ ଛୁଟି ଆବେଦନ କରିଥିଲେ । ତେବେ ତାଙ୍କ ଛୁଟିକୁ ନାଁ କରିଦେଲେ ମୋହନ ସରକାର।
୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇଏଏସ୍ କାର୍ତ୍ତିକେୟନ ମେ ୩୧ରୁ ଛୁଟିରେ ଯାଇଥିବା ବେଳେ ଆଉ ୬ ମାସ ଛୁଟିରେ ରହିବାକୁ ଚାହୁଁଥିଲେ। ତେବେ ତାଙ୍କ ଛୁଟିକୁ ମୋହନ ସରକାର ନାଁ କରିଦେବା ସହ ତାଙ୍କୁ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା। ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିଲେ । ନିର୍ବାଚନ ସମୟରେ ତାଙ୍କୁ ବଦଳି କରିଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା ।