ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର

କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର । ଆଉ ୬ ମାସନ ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ ୩୧ରୁ ୬ ମାସ ଛୁଟିରେ ପଳାଇଥିଲେ ସୁଜାତା । ତେବେ ପୁଣି ଥରେ ନିଜର ଛୁଟି ଅବଧିକୁ ଆଉ ୬ ମାସ ବୃଦ୍ଧି ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି । ଏଥିସହ ନଭେମ୍ବର ୨୭ରୁ ଚାକିରିରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି ସରକାର ।