ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୬ଜଣିଆ ୩ ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୩ ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଦନ୍ତ କରୁଛି କ୍ରାଇବ୍ରାଞ୍ଚବ୍ରାଞ୍ଚ । ତଦନ୍ତ ଅଧିକାରୀଙ୍କ ସହ ଆଡିସନାଲ ଏସ୍ପି ଓ DSP ରାଙ୍କର ଦକ୍ଷ ଅଧିକାରୀଙ୍କୁ ନେଇ ଟିମ ଗଠନ କରିଛି କ୍ରାଇମ ବ୍ରାଞ୍ଚ। ଆଜି ପ୍ରଥମ ପର୍ଯ୍ଯ୍ୟାୟରେ ବିଧାୟକଙ୍କ ପିଏସଓ଼ ଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ | ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଲ CDR ରେକର୍ଡ଼ ଅନୁସାରେ ବବି ଦାସଙ୍କୁ ପଚରାଉଚୁରା କରିବା ସହ ପୂର୍ବତନ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରିପାରେ କ୍ରାଇମବ୍ରାଞ୍ଚ | ଯାଜପୁର ସଦର ଥାନା ବୁଢ଼ାପୋଲ ପାଖରେ ବିଧାୟକଙ୍କୁ ଆକ୍ରମଣ ହୋଇଥିଲା ବବି ଦାସଙ୍କ ଭାଇ ଲଲଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।