ଉତ୍ତର ପ୍ରଦେଶ ପ୍ରଶାସନକୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

ଉତ୍ତର ପ୍ରଦେଶ ପ୍ରଶାସନକୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

ମେଟ୍ରୋ ଓଡିଶା (୩୦.୩.୨୦୨୨) :

ଲଖିମ୍‌ପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ନ କରିଥିବାରୁ ଆଜି ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ସରକାରକୁ ଭର୍ତ୍ସନା କରିଛନ୍ତି। ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ ସୁପାରିସ ଅନୁସାରେ, ଲଖିମ୍‌ପୁର ଖେରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ ମିଶ୍ରା। ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଅଦାଲତରେ ହାଜର ହୋଇଥିବା ଓକିଲଙ୍କୁ ଆଜି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପଚାରିଥିଲେ, ‘ମନିଟରିଙ୍ଗ୍‌ ଜଜ୍‌’ଙ୍କ ରିପୋର୍ଟରୁ ଜଣାପଡୁଛି ସେ ଜାମିନ ନାମଞ୍ଜୁର କରିବାକୁ ସୁପାରିସ କରିବା ସହ ଏ ବାବଦରେ ଏକ ଆବେଦନ ଫାଇଲ୍‌ କରିବା ଲାଗି ମଧ୍ୟ ସୁପାରିସ କରିଥିଲେ। ତାହା ହେଲାନି କାହିଁକି? ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଅଦାଲତରେ ହାଜର ହୋଇଥିବା ଓକିଲଙ୍କୁ ଆଜି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପଚାରିଥିଲେ, ‘ମନିଟରିଙ୍ଗ୍‌ ଜଜ୍‌’ଙ୍କ ରିପୋର୍ଟରୁ ଜଣାପଡୁଛି ସେ ଜାମିନ ନାମଞ୍ଜୁର କରିବାକୁ ସୁପାରିସ କରିବା ସହ ଏ ବାବଦରେ ଏକ ଆବେଦନ ଫାଇଲ୍‌ କରିବା ଲାଗି ମଧ୍ୟ ସୁପାରିସ କରିଥିଲେ। ତାହା ହେଲାନି କାହିଁକି?

ଏହାପ‌ରେ, ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରାର୍‌ଙ୍କୁ କହିଥିଲେ ଯେ, ଫେବ୍ରୁଆରି ୨୨ ତାରିଖ ଦିନ ‘ମନିଟରିଙ୍ଗ୍‌ ଜଜ୍‌’ ଫାଇଲ୍‌ କରିଥିବା ରିପୋର୍ଟର କପି ସରକାରଙ୍କୁ ଓକିଲ ଓ ଆବେଦନକାରୀମାନଙ୍କୁ ଯୋଗାଇ ଦିଅ। ଆଶିଷ ମିଶ୍ରାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ମହେଶ ଜେଠାମାଲିନୀ ମଧ୍ୟ ସେଥିରୁ ଗୋଟାଏ କପି ଚାହିଁଥିଲେ। ଆଗାମୀ ଶୁଣାଣି ସୋମବାର କରିବା ପାଇଁ ମଧ୍ୟ ସେ ଯୁକ୍ତି ବାଢ଼ିଥିଲେ। ପ୍ରଧାନ ବିଚାରପତି ତାଙ୍କ ଅନୁରୋଧ ରକ୍ଷା କଲେ, କିନ୍ତୁ କହିଲେ, ମାମାଲା ମାସାଧିକ କାଳ ପଡ଼ି ରହିଲାଣି।ସ୍ମରଣଯୋଗ୍ୟ, ୨୦୨୧ ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ଖେରିରେ କୃଷକ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟି ୪ଜଣ କୃଷକଙ୍କ ସମେତ ୮ଜଣଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ମାସ ୯ ତାରିଖରେ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଜାମିନ ମଞ୍ଜୁର କରିବା ପରେ ସେ ଜେଲ୍‌ରୁ ମୁକିଳି ଥିଲେ।